You are currently viewing ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ହତ୍ୟା  ଘଟଣାରେ ସରକାରଙ୍କୁ ଘେରିଲା ବିଜେପି

ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ହତ୍ୟା ଘଟଣାରେ ସରକାରଙ୍କୁ ଘେରିଲା ବିଜେପି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର ୩୦/୦୫, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ନେଇ ବିଜେପିର ପ୍ରେସମିଟ । ଏହି ହତ୍ୟ।କାଣ୍ଡରେ ସିବିଆଇ ତଦନ୍ତ କରିବାପାଇଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଏପରିକି ଚାର୍ଜସିଟରେ ଗୋପାଳ ଦାସକୁ ଖସାଇବାକୁ ଉଦ୍ୟମ କରାଯାଉନି ତ ? ଏନେଇ ପାଲଟା ପ୍ରଶ୍ନ ଉଠାଇଛି । ନବଦାସ ହତ୍ୟା ଘଟଣା ନେଇ ଚାର୍ଜସିଟ ଦାଖଲ ହୋଇଛି । ହେଲେ ସେଥିରେ ଅଛି କ’ଣ ? ହତ୍ୟା କାଣ୍ଡ ପଛର ରହସ୍ୟ କଣ ? କ୍ରାଇମବ୍ରାଂଚ ସଠିକ୍ ଭାବେ ତଦନ୍ତ କରୁଛି ତ? ଏନେଇ ଅନେକ ପ୍ରଶ୍ନ ଉଠିଛି । ସେିଭଳି ବିଧାନସଭାରେ ମଧ୍ୟ ଗୋପାଳ ଦାସ ସମେତ ଅନେକ ନାଁ ଉଠିଥିଲା । ଏପରିକି କଲ ରେକର୍ଡ ଯାଂଚ କରିବାକୁ ଦାବି ମଧ୍ୟ କରାଯାଇଥିଲା । ହେଲେ ସେ ଦିଗରେ ତଦନ୍ତ କରାଯାଇନି । ନବ ଦାସଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଚାପରେ ରହିଥିବା ବେଳେ ତାଙ୍କୁ ଭୟଭୀତ କରି ରଖାଯାଇଥିବା କଥା ମଧ୍ୟ ଉଠିଛି । ଏପରିକି ବିଧାୟକ ଟିକେଟ ଦେଇ ତାଙ୍କ ପରିବାରକୁ ଚୁପ୍ କରିଦିଆଯାଇଥିବା ଅଭିଯୋଗ କରିଛି ଦଳ । ଗୋପାଳକୁ ଖସାଇବାକୁ ଉଦ୍ୟମ କରାଯାଉଛି । ତେଣୁ ସିବିଆଇ ତଦନ୍ତ ଦାବି କରିଛି ଦଳ । ଏହାପରେ ଗୋପାଳ ଦାସକୁ ପାଗଳ ବୋଲି କୁହାଯାଇଥିଲେ ବି ପରେ ତଦନ୍ତରେ ପରିବର୍ତନ କରାଯାଇଛି । ତେଣୁ ସରକାର ନିଜେ ସମ୍ପୃକ୍ତ ଥିବାରୁ ଘଟଣାକୁ ଚାପିଦେବାକୁ ଉଦ୍ୟମ କରାଯାଉଥିବା ଦଳ ଅଭିଯୋଗ କରିଛି । ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ ନବ ଦାସ ହତ୍ୟା ଘଟଣାରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ୱାବଧାନରେ ତଦନ୍ତ ଜାରି ରହିଛି । କ୍ରାଇମବ୍ରାଂଚ ଚାର୍ଜସିଟ୍ ଦାଖଲ କରିଛି । ଆହୁରି ଫର୍ମାଲିଟିଜ ବାକି ଅଛି । ସେପଟେ ବିଜେପି ଆଣିଥିବା ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛି ବିଜେଡି ।

ଅନ୍ୟମାନଙ୍କୁ ଜଣାନ୍ତୁ।