You are currently viewing ଶିମିଳିପାଳ ଗସ୍ତରେ ବିଜେପି ବିଧାୟକ ଟିମ

ଶିମିଳିପାଳ ଗସ୍ତରେ ବିଜେପି ବିଧାୟକ ଟିମ

ଭୁବନେଶ୍ୱର, ଶିମିଳିପାଳରେ ଗତ କିଛି ଦିନ ହେବ ନିଆଁ ଲାଗିଛି । ଅନେକ ବନ୍ୟଜନ୍ତୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଅନେକ ଔଷଧୀୟ ଗଛ ପୋଡି ନଷ୍ଟ ହୋଇଯାଇଛି । ତେବେ ବର୍ଷା ସତ୍ତ୍ୱେ ଜଙ୍ଗଲରୁ ନିଆଁ ଲିଭୁନାହିଁ ।ଏହି ସ୍ଥିତିର ଅନୁଧ୍ୟାନ କରିବାକୁ ଶିମିଳିପାଳକୁ ବିଜେପି ବିଧାୟକଙ୍କ ୧୨ ଜଣିଆ ଟିମ ଯାଇଛନ୍ତି । ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ବରେ ଶିମିଳିପାଳ ଅଭୟାରଣ୍ୟ ଯାଇଛନ୍ତି ବିଜେପିର ଏହି ଟିମ | ବାରିପଦାରୁ ଲୁଲୁଙ୍ଗ ଦେଇ ଶିମିଳିପାଳ ଭିତରକୁ ଟିମ ଯାଇଛି । ଏହି୧୨ ଜଣିଆ ଟିମ ଅଗ୍ନିକାଣ୍ଡର କାରଣ ଏବଂ ପ୍ରତିକାର ସମ୍ପର୍କରେ ଅନୁଧ୍ୟାନ କରିବେ ଏବଂ ଏହି ବିଧାୟକ ଟିମ ପିସିସିଏଫ୍ ଏବଂ ବାରିପଦା ଡିଏଫଓଙ୍କ ସହ ଆଲୋଚନା କରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।