You are currently viewing ଜିତିଲା ବିଜେପି

ଜିତିଲା ବିଜେପି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(6.11.22): ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ବିଜୟ ସହ ନିଜ ନାଁରେ ନୂଆ ନିର୍ବାଚନୀ ରେକର୍ଡ କରିବାରେ ମଧ୍ୟ ସକ୍ଷମ ହୋଇଛନ୍ତି । ବିଜେଡିର ଅବନ୍ତୀ ଦାସଙ୍କୁ ପୋଷ୍ଟାଲ ଭୋଟ୍ ଓ ପ୍ରଥମରୁ ଶେଷ ୧୮ଟି ରାଉଣ୍ଡରେ ପଛରେ ପକାଇ ମୋଟ ୯୮୮୧ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ୨୦୦୯ରୁ ଧାମନଗର ବିଧାନସଭା ଆସନ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ହେବା ପରଠୁ ସର୍ବାଧିକ ଭୋଟ୍ ବ୍ୟବଧାନରେ ଜିତିବାରେ ସୂରଜ ପ୍ରଥମ ।ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ବିଜେପିର ସୂରଜଙ୍କୁ ମୋଟ ୮୦୩୫୧ଟି (୪୯.୦୯%) ଭୋଟ୍ ମିଳିଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଅବନ୍ତୀ ଦାସଙ୍କୁୁ ୭୦୪୭୦ଖଣ୍ଡ (୪୩.୦୫%)ଭୋଟ୍ ମିଳିଛି । ସେହିପରି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ୩୫୬୧ଖଣ୍ଡ(୨.୧୮%) ଭୋଟ୍ ମିଳିଛି । ତେବେ ବିଜେଡିର ବିଦ୍ରୋହୀ ତଥା ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ ୮୧୫୩ଖଣ୍ଡ (୪.୯୮%) ଭୋଟ୍ ଓ ଅନ୍ୟଜଣେ ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସଙ୍କୁ ୪୯୭ଖଣ୍ଡ ଭୋଟ୍ ମିଳିଛି । ସେହିପରି ନୋଟାରେ ୬୫୦ ଖଣ୍ଡ ଭୋଟ୍ ପଡ଼ିଛି ।  ଧାମନଗର ଉପନିର୍ବାଚନ ପାଇଁ ମୋଟ ୧ଲକ୍ଷ ୬୩ହଜାର ୧୬୪ଟି ଭୋଟ୍ ଇଭିଏମ୍ ମାଧ୍ୟମରେ ମିଳିଥିଲା । ସେହିପରି  ୭୮୩ ଖଣ୍ଡ ଭୋଟ୍ ନାକାଚ୍ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।