You are currently viewing ଜେଲରୁ ବାହାରି ଆଖି ବୁଜିଲେ ଗର୍ଭବତୀ ମହିଳା

ଜେଲରୁ ବାହାରି ଆଖି ବୁଜିଲେ ଗର୍ଭବତୀ ମହିଳା

  • Post category:ଓଡିଶା
  • Reading time:1 mins read

ରାୟଗଡା(୧୩.୦୧.୨୩) : ଶ୍ରମିକ ନିଯୁକ୍ତି ଦାବିରେ ପ୍ଲାଣ୍ଟ ବିରୋଧରେ ଆନ୍ଦୋଳନ କରି ଜେଲ ଯାଇଥିଲେ । ଜେଲରେ ୧୫ ଦିନ ରହିବା ପରେ ବେଲରେ ବାହାରିଥିଲେ । ହେଲେ ବେଲରେ ବାହାରିବା ପରେ ପ୍ରସବ ହେବା ସହ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା ଏବଂ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ କେନ୍ଦ୍ର କରି ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଉତ୍କଳ ଆଲୁମିନା କମ୍ପାନୀ ସମ୍ମୁଖରେ ଉତ୍ତେଜନାମୁଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ମୃତା ମହିଳାଜଣକ ମୂଳାବତୀ ବାଘ  ବୋଲି ଜଣାଯାଇଛି। ତାଙ୍କ ନବଜାତ ଶିଶୁପୁତ୍ର ଅବସ୍ଥା ଗୁରୁତର ଥିବା ଜଣାଯାଇଛି।ଉତ୍କଳ ଆଲୁମିନା କମ୍ପାନୀରେ ନିଯୁକ୍ତି ପାଇବା ନିମନ୍ତେ ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଅଣ୍ଡରାକଞ୍ଚ ଗାଁର କିଛି ମହିଳା ଶ୍ରମିକ ଦେଢବର୍ଷ ହେବ ଆନ୍ଦୋଳନ କରି ଆସୁଥିଲେ  । ଗତବର୍ଷ ଡିସେମ୍ବର ୨୬ ତାରିଖରେ ଆନ୍ଦୋଳନକାରୀମାନେ ମାଇନ୍ସ ରାସ୍ତା ଅବରୋଧ କରି ପ୍ଲାଣ୍ଟ କର୍ମଚାରୀଙ୍କୁ ଅଟକାଇ ଥିଲେ। ପ୍ଲାଣ୍ଟ ପକ୍ଷରୁ ଏନେଇ ଅଣ୍ଡରାକାଞ୍ଚ ଥାନାରେ ଏତଲା ହୋଇଥିଲା  । ପୁଲିସ ୧୩ ମହିଳାଙ୍କୁ ଗିରଫ କରି ରାୟଗଡ଼ା କୋର୍ଟଚାଲାଣ କରିଥିଲା ।  ସେମାନଙ୍କ ମଧ୍ୟରେ ୯ ମାସର  ଗର୍ଭବତୀ ମୂଳାବତୀ ବାଘ ବି ଥିଲେ।  ପୁଲିସ୍‌ର ମାନସିକ ଓ ଶାରୀରିକ ନିର୍ଯାତନା ସହି ନ ପାରି ମୂଳାବତୀଙ୍କ ମୃତ୍ୟୁ ହୋଇଥିବା ଅନ୍ୟ ମହିଳାମାନେ ଅଭିଯୋଗ କରିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।