You are currently viewing ଓଲଟିଲା ମତ୍ସ୍ୟଜୀବୀ ଡ଼ଙ୍ଗା; ଜଣେ ନିଖୋଜ, ୪ ଉଦ୍ଧାର

ଓଲଟିଲା ମତ୍ସ୍ୟଜୀବୀ ଡ଼ଙ୍ଗା; ଜଣେ ନିଖୋଜ, ୪ ଉଦ୍ଧାର

  • Post category:ଓଡିଶା
  • Reading time:1 mins read

ପୁରୀ-୨୭.୦୮.୨୦୨୧, କୋଣାର୍କ ଚନ୍ଦ୍ରଭାଗାର ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯିବା ସମୟରେ ଘଟିଲା ଅଘଟଣ। ଆଜି ଭୋରୁ ଗଭୀର ସମୁଦ୍ର ଗର୍ଭକୁ ମାଛ ଧରିବାକୁ ଯିବା ସମୟରେ ଓଲଟିଲା ମାଛ ଧରା ଡ଼ଙ୍ଗା। ଚନ୍ଦ୍ରଭାଗା ତେଲୁଗୁ ବସ୍ତିର ୫ ମତ୍ସ୍ୟଜୀବୀ ଏକ ଡ଼ଙ୍ଗାରେ ଗଭୀର ସମୁଦ୍ର ଭିତରକୁ ମାଛ ଧରିବାକୁ ଯିବା ସମୟରେ ସମୁଦ୍ରର ଉଚ୍ଚ ଲହଡିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଡ଼ଙ୍ଗା।

ତେବେ ଘଟଣାସ୍ଥଳରୁ ୪ ତେଲୁଗୁ ମତ୍ସ୍ୟଜୀବୀ ଉଦ୍ଧାର ହୋଇଥିବାବେଳେ ଜଣେ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି । ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ମଧ୍ୟ ନିଖୋଜ ମତ୍ସ୍ୟଜୀବୀଙ୍କ ପତ୍ତା ମିଳିନାହିଁ । ନିଖୋଜ ମତ୍ସ୍ୟଜୀବୀଙ୍କ ନାଁ ଅପୋଲା ରାଜୁ ଓ ତାଙ୍କ ବୟସ ୨୩ ବର୍ଷ । ନିଖୋଜ ମତ୍ସ୍ୟଜୀବୀଙ୍କୁ ଖୋଜାଖୋଜି ଜାରି ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।