You are currently viewing ବୋଲେରୋକୁ ପିଟିଲା ଟ୍ରକ, ଗୋଟିଏ ପରିବାରର ୧୧ ମୃତ

ବୋଲେରୋକୁ ପିଟିଲା ଟ୍ରକ, ଗୋଟିଏ ପରିବାରର ୧୧ ମୃତ

  • Post category:ଓଡିଶା
  • Reading time:1 mins read

ଛତିଶଗଡ଼ ୦୪/୦୫, ମର୍ମନ୍ତୁଦ ସଡକ ଦୁର୍ଘଟଣା। ବୋଲେରୋକୁ ପିଟିଲା ଟ୍ରକ। ଛତିଶଗଡ଼ ବଲୋଦ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୧୧ ଜଣଙ୍କ ଜୀବନ। ମୃତକଙ୍କ ମଧ୍ୟରେ ୫ ମହିଳା, ୨ ଶିଶୁ ଓ ୪ଜଣ ପୁରୁଷ ଅଛନ୍ତି। ବିବାହ କାର୍ଯ୍ୟରେ ଯୋଗଦେବାକୁ ଯାଉଥିବାବେଳେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଗତକାଲି ଭଟ୍ଟଗାଁର ଗୋଟିଏ ପରିବାରର ୧୧ଜଣ ଏକ ବୋଲେରୋରେ କାଙ୍କେର ଜିଲ୍ଲାର ମରକାଟୋଲାକୁ ଏକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ। ସେଠାରୁ ଫେରୁଥିବାବେବେଳେ ରାତି ପ୍ରାୟ ୯ଟା ସମୟରେ ୩୦ ନମ୍ବର ଜାତୀୟ ରାଜପଥ ଜାଗତରା ନିକଟରେ ସାମ୍ନା ପଟୁ ଏକ ଟ୍ରକ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବୋଲେରୋଟି ପୁରା ଚାପି ହୋଇଯାଇଥିଲା। ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏକ ଛୋଟ ଶିଶୁ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ତାକୁ ନିକଟସ୍ଥ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଛି। ସମସ୍ତ ମୃତକ ଧମତରୀ ଜିଲ୍ଲା ସୋରମ ଭଟ୍ଟଗାଁରେ।

ଅନ୍ୟମାନଙ୍କୁ ଜଣାନ୍ତୁ।