You are currently viewing ବାରରେ ବାଉନ୍ସର ମନା

ବାରରେ ବାଉନ୍ସର ମନା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱ(ଏଏନଏସ)୦୧/୧୧:  ବାର୍ ପାଇଁ ଗାଇଡଲାଇନ ଜାରି କଲା କମିଶନରେଟ ପୋଲିସ । ବାର୍ ଗୁଡିକରେ ବାଉନ୍ସର ନିୟୋଜିତ କରିପାରିବେ ନାହିଁ ବାର୍ ମାଲିକ ।ସ୍ୱୀକୃତି  ପ୍ରାପ୍ତ ସିକ୍ୟୁରିଟି ଏଜେନ୍ସିରୁ କର୍ମଚାରୀ ନିୟୋଜିତ କରିପାରିବେ ବାର ମାଲିକ । ସୁରକ୍ଷା ଦାୟିତ୍ୱରେ ରଖୁଥିବା କର୍ମାଚାରୀଙ୍କୁ ଯଦି କୌଣସି ସଂସ୍ଥା ନିଯୁକ୍ତି ଦେବେ, ତାହା ପୂର୍ବରୁ ସ୍ଥାନୀୟ ପୋଲିସ ଷ୍ଟେସନରେ ଜଣାଇବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ପୋଲିସ କମିଶନର  । ସେହିପରି ବାଉନ୍ସର ନିଯୁକ୍ତି ପୂର୍ବରୁ ନିକଟସ୍ଥ ଥାନାରେ ସମସ୍ତ ତଥ୍ୟ ରହିବ । ସାଧାରଣ ଗ୍ରାହକଙ୍କୁ ବାଧ୍ୟବଧକତା କରିପାରିବେନାହିଁ ବାଉନ୍ସର ।  ଯଦି କୌଣସି ବାରରେ ଗ୍ରାହକମାନେ ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିବେ ୧୧୨କୁ ଡାଏଲ କରିପାରିବେ ବୋଲି ଗାଇଡ୍ଲାଇନରେ ଦର୍ଶାଯାଇଛି । କାଲିଠୁ ଏହି କଟକଣା ବଳବତ୍ତର ନେଇ ପୋଲିସ କମିଶନର ନିର୍ଦେଶ ନାମା ଜାରି କରିଛନ୍ତି  ।

ଅନ୍ୟମାନଙ୍କୁ ଜଣାନ୍ତୁ।