You are currently viewing ବ୍ରିଜ୍‌ରେ ଦଳାଚକଟା: ଜଣେ ମୃତ, ୨୦ ଗୁରୁତର

ବ୍ରିଜ୍‌ରେ ଦଳାଚକଟା: ଜଣେ ମୃତ, ୨୦ ଗୁରୁତର

  • Post category:ଓଡିଶା
  • Reading time:1 mins read

ବଡ଼ମ୍ବା(14.1.23): କଟକ ଜିଲ୍ଲା ବଡ଼ମ୍ବା ଗୋପିନାଥପୁର ଟି-ବ୍ରିଜ୍‌ରେ ଦଳାଚକଟାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କ ମଧ୍ୟରେ ୪ ମହିଳା ଓ ୩ ଶିଶୁ ଅଛନ୍ତି। ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବଡ଼ମ୍ବା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମୃତ ମହିଳା ଜଣଙ୍କ ବଡ଼ମ୍ବା ଭୀମସାହି ଆଇଁଶିଆ ଗାଁର ଅଞ୍ଜନା ସ୍ୱାଇଁ (୪୫) ବୋଲି ଜଣାପଡ଼ିଛି।ମହାନଦୀ ଉପରେ କିଛି ମାସ ତଳେ ଏହି ବ୍ରିଜ୍‌ ଲୋକାର୍ପିତ ହୋଇଥିଲା। ବୈଦେଶ୍ୱର ଓ ଗୋପୀନାଥକୁ ସଂଯୋଗ କରୁଥିବା ଏହି ବ୍ରିଜ୍‌ ଯୋଗେ ଲୋକେ ସିଂହନାଥ ପୀଠକୁ ସୁବିଧାରେ ଆସିପାରୁଛନ୍ତି। ସେଥିପାଇଁ ଆଜି ମକର ମେଳା ଅବସରରେ ଏଠାରେ ସରକାରୀ ତଥ୍ୟ ଅନୁସାରେ ପ୍ରାୟ ଅଢ଼େଇ ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା। ବ୍ରିଜ୍‌ର ଗୋଟିଏ ପାର୍ଶ୍ୱରେ ଲୋକେ ଚାଲି ଚାଲି ଯା’ଆସ କରୁଥିବା ବେଳେ ଅନ୍ୟପଟେ ଗାଡ଼ିମୋଟର ଯାତାୟତ କରୁଥିଲା। ହେଲେ ଆବଶ୍ୟକ ପୁଲିସ ଓ ଟ୍ରାଫିକ୍ ଶୃଙ୍ଖଳା ବ୍ୟବସ୍ଥା ନ ଥିବାରୁ ଅପରାହ୍ଣରେ ହଠାତ୍ ବ୍ରିଜ୍‌ ଜାମ୍‌ ହୋଇ ଯାଇଥିଲା। ଫଳରେ ଦଳାଚକଟା ହୋଇଥିଲା। ଦଳାଚକଟାରୁ ରକ୍ଷା ପାଇଁ କିଛି ଲୋକ ପୋଲ ତଳକୁ ଡେଇଁ ପଡ଼ିଥିଲେ। ଦଳାଚକଟା ବେଳେ ବ୍ରିଜ୍‌ ଉପରେ ୫୦ ହଜାରରୁ ଅଧିକ ଲୋକ ଥିଲେ ବୋଲି କୁହାଯାଉଛି।

ଅନ୍ୟମାନଙ୍କୁ ଜଣାନ୍ତୁ।