You are currently viewing ୪୦ଲକ୍ଷର ବ୍ରାଉନସୁଗାର ଜବତ

୪୦ଲକ୍ଷର ବ୍ରାଉନସୁଗାର ଜବତ

ଜଳେଶ୍ୱର(ଏଏନଏସ) ୨୯.୧୧.୨୦୨୧,  ରାଜ୍ୟରେ ବ୍ରାଉନସୁଗାର କାରବାର ବଢ଼ିବାରେ ଲାଗିଛି । ଆଜି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଶାସନବାଡ ଅଞ୍ଚଳରୁ ୪୦୦ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି  । ଘଟଣାରେ ସଂପୃକ୍ତ ଜଣଙ୍କୁ ଗିରଫ କରିଛି ପୋଲିସ ।
ସୂଚନା ଅନୁସାରେ, ବ୍ରାଉନସୁଗାର କାରବାର ନେଇ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଶାସନବାଡ ଅଞ୍ଚଳରେ ଚଢାଉ କରିଥିଲା ।  ଚଢ଼ାଉପରେ ସେଠାରୁ ପ୍ରାୟ ୪୦୦ ଗ୍ରାମର ବ୍ରାଉନସୁଗାର ଜବତ୍ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି  । ଘଟଣାରେ ସଂପୃକ୍ତ ଜଣଙ୍କୁ ଗିରଫ କରୁଚି ପୋଲିସ । ଘଟଣାରେ ଆଉ କାହାର ସଂପୃକ୍ତ ରହିଛି କି ନାହିଁ ତାହାର ତଦନ୍ତ ଚଳାଇଛି ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।