You are currently viewing ୧୪ ଲକ୍ଷ ଟଙ୍କାର ଧଳାଜହର  ଜବତ, ୫ ଗିରଫ

୧୪ ଲକ୍ଷ ଟଙ୍କାର ଧଳାଜହର ଜବତ, ୫ ଗିରଫ

ପୁରୀ(ଏଏନଏସ)୦୭.୦୧.୨୦୨୨, ବିପୁଳ ପରିମାଣର ଧଳାଜହର ଜବତ୍ । ପୁରୀ ଜିଲ୍ଲା ବାସେଳିସାହି ଥାନା ହୁଙ୍କାରେଶ୍ୱର ମନ୍ଦିର ମାତାମଠ ନିକଟରୁ ପ୍ରାୟ ୧୪୦ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୁରୀ ବାସେଳୀ ସାହି ଥାନା ଓ ଏସଟିଏଫ  । ଘଟଣାରେ ସଂପୃକ୍ତ ଥିବା ୫ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରାଯାଇଛି ।

ସୂଚନା ଯୋଗ୍ୟ ଯେ, ବ୍ରାଉନସୁଗାର ଚାଲାଣ ଖବର ପାଇ ଏସଟିଏଫ ଓ ବାସେଳିସାହି ଥାନା ପୋଲିସ ଚଢଉ କରି ପୁରୀ ଜିଲ୍ଲା ବାସେଳିସାହି ଥାନା ହୁଙ୍କାରେଶ୍ୱର ମନ୍ଦିର ମାତାମଠ ନିକଟରୁ ୧୪୦ ବ୍ରାଉନସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଘଟଣାରେ  ୫ ଜଣଙ୍କୁ ପୋଲିସ ଗିରଫ କରିଛି ।ଏଥିସହ ସେମାନଙ୍କଠାରୁ ୫୦,୧୦୦  ଟଙ୍କା, ଦୁଇଟି ଗାଡି ଏବଂ ପାଞ୍ଚଟି ମୋବାଇଲ ଜବତ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।