You are currently viewing କାମାକ୍ଷାନଗରରୁ ୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

କାମାକ୍ଷାନଗରରୁ ୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଢେଙ୍କାନାଳ(ଏଏନଏସ) ୨୬.୧୦.୨୦୨୧, ବିପୁଳ ପରିମାଣର ଧଳଯାହର ଜବତ । ଢେଙ୍କାନାଳ ସଦର, କାମାକ୍ଷାନଗରରୁ ୧୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଏହି ବ୍ରାଉନସୁଗାର କାରବାରରେ ଜଣଙ୍କୁ ଗିରଫ କରିଛି ପୋଲିସ ।
ସୂଚନା ଅନୁସାରେ, ବ୍ରାଉନସୁଗାର କାରବାରରେ ସମ୍ପୃକ୍ତି ରହିଥିବା ନେଇ ଅବକାରୀ ବିଭାଗ ନିଜର ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଅବକାରୀ ଓ ମୋବାଇଲ ସ୍କ୍ୱାଡ଼ର ମିଳିତ ଚଢ଼ାଉରେ କାମାକ୍ଷାନଗର ଏନଏସି ଅନ୍ତର୍ଗତ ଅନନ୍ତପୁର ସ୍ଥିତ ଗୋଡିସାହି ଅଞ୍ଚଳରୁ ଏହି ବ୍ରାଉନ ସୁଗାର ଜବତ ହୋଇଛି । ଜବତ ହୋଇଥିବା ବ୍ରାଉନସୁଗାର ମୂଲ୍ୟ ପ୍ରାୟ ୧ଲକ୍ଷ ଟଙ୍କା ବୋଲି ଜଣାପଡିଛି । ଗିରଫ ହୋଇଥିବା ଅଭିଯୁକ୍ତ ଗୋଡିସାହିର ଦେବେନ୍ଦ୍ର ପାତ୍ର (୪୩) ହୋଇଥିବା ଜଣାପଡିଛି । ଅଭିଯୁକ୍ତ କୁ ଗିରଫ କରି ତଦନ୍ତ କରୁଛି ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।