You are currently viewing ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଧଳା ଜହର ଜବତ,ଦୁଇ ଗିରଫ

ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଧଳା ଜହର ଜବତ,ଦୁଇ ଗିରଫ

ଭଦ୍ରକ(ଏଏନଏସ) ୨୭.୧୦.୨୦୨୧,  ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛିି ଧଳା ଜହର କାରବାର । ଆଜି ପୁଣି ଭଦ୍ରକରୁ ବିପୁଳ ପରିମାଣର ଧଳା ଜହର ଜବତ ହୋଇଛି । ସେଠାରୁ ପ୍ରାୟ  ୧ କିଲୋ ୩୦ ଗ୍ରାମର ବ୍ରାଉନସୁଗାର ଜବତ  ହୋଇଛି । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ଭଦ୍ରକ ପୋଲିସ୍ ।
ସୁଚନା ଅନୁସାରେ ବ୍ରାଉନ ସୁଗାର ଚାଲାଣ ବିଷୟରେ  ଭଦ୍ରକ ପୋଲିସ୍ ଖବର ପାଇଥିଲା । ପରେ ଭଦ୍ରକ ରାନ୍ଦିଆ ପାୱାର ପ୍ଲାଣ୍ଟ ଛକ ନିକଟରେ  ପୋଲିସ ଚେକିଂ କରିବା ସମୟରେ ଏହି ବ୍ରାଉନ ସୁଗାର ଜବତ କରିଛି । ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୧ କୋଟି ୩ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି । ଏହା ସହ ସେମାନଙ୍କଠୁ ୩ଟି ମୋବାଇଲ, ଗୋଟିଏ ବାଇକ୍ ଓ ଗୋଟିଏ ଆଧାରକାର୍ଡ ବି ଜବତ ହୋଇଛି ।ତେବେ ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲଣ କରାଯିବ ବୋଲି ଭଦ୍ରକ ଏସପି ଚରଣ ସିଂ ମିନା ସୂଚନା ଦେଇଛନ୍ତି।


ଅନ୍ୟମାନଙ୍କୁ ଜଣାନ୍ତୁ।