You are currently viewing ବୃଦ୍ଧ ଦମ୍ପତିଙ୍କ ଉପରେ ଚଢ଼ିଗଲା ହାଇଓ୍ଵା

ବୃଦ୍ଧ ଦମ୍ପତିଙ୍କ ଉପରେ ଚଢ଼ିଗଲା ହାଇଓ୍ଵା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର ୦୩/୦୪, ସଡ଼କ ଦୁର୍ଘଟଣାରେ ଯେପରି ଜଣଙ୍କର ବି ଜୀବନ ଯିବନି ସେ ଦିଗରେ ପଦକ୍ଷେପ ସହ ସଚେତନତା ସୃଷ୍ଟି ପାଇଁ ଏପ୍ରିଲ ୧ରୁ ଶୂନ ମୃତାହତ ସପ୍ତାହ ବା ଜିରୋ ଟଲେରାନ୍ସ ସପ୍ତାହ ପାଳନ କରାଯାଉଛି। ଏହି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଅନେକଙ୍କ ଜୀବନ ଯାଉଥିବା ଖବର ଆସୁଛି। ତେବେ ପୁଣି ଏଥିରେ ଆଉ ଏକ ମର୍ମନ୍ତୁଦ ଦୁର୍ଘଟଣାର ଫର୍ଦ୍ଦ ଯୋଡି ହୋଇଯାଇଛି ।

ଏକ ବୃଦ୍ଧ ଦମ୍ପତିଙ୍କ ଉପରେ ଚଢ଼ିଗଲା ହାଇଓ୍ଵା । ଭୁବନେଶ୍ୱର ବରମୁଣ୍ଡା ପଡ଼ିଆ ନିକଟରେ ଏନ୍‌ଏଚ ପାର ହେବାବେଳେ ବୃଦ୍ଧ ଦମ୍ପତିଙ୍କ ଉପରେ ଚଢିଗଲା ହାଇୱା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଏମସ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ହାଇୱାକୁ ଅଟକ ରଖିଛି । ତେବେ ବୃଦ୍ଧ ଦମ୍ପତିଙ୍କ ପରିଚୟ ଏଯାଏ ଅସ୍ପଷ୍ଟ ରହିଛି । ପୋଲିସ ଅଧିକ ତଦନ୍ତ କରୁଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।