You are currently viewing ବୁଲିଲା ବୁଲଡୋଜର

ବୁଲିଲା ବୁଲଡୋଜର

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୧୯/୧୦, ବାଙ୍କିମୁହାଣ ନିକଟରେ ବୁଲିଲା ବୁଲଡୋଜର। ସମୁଦ୍ର କୂଳ ଥାନା ଅଧିନ ୟୁନିଟ ୨୬ ରେ ସରକାରୀ ଜାଗା ଉପରେ ବେଆଇନ ଭାବେ ନିର୍ମାଣ ଚାଲିଥିବା ଦୋକାନ ଘର ଉପରେ ବୁଲିଛି ବୁଲୋଡଜୋର। ପୁରୀ ତହସିଲଦାର କ୍ଷୀରୋଦ ବେହେରାଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ପୋଲିସ ଓ ଦୁଇଟି ବୁଲଡୋଜର ମାଧ୍ୟମରେ କରାଯାଇଛି ଉଛେଦ କାର୍ଯ୍ୟ।
ଖବର ଅନୁଯାୟୀ,   ଅନ୍ନପୂର୍ଣ୍ଣା ସାମଲ ଏବଂ ତାଙ୍କ ପୁଅ ଓ ବୋହୂ ବେଆଇନ ଭାବେ ରାସ୍ତା ଉପରେ ଦୋକାନ ଘର ନିର୍ମାଣ କରୁଥିବା ନେଇ ତହସିଲଦାରଙ୍କ ନଜିରକୁ ଆସିଥିଲା। ତେବେ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ନେଇ ଉଭୟ ତହସିଲଦାର ଓ ସ୍ଥାନୀୟ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାକୁ ଅମାନ୍ୟ କରାଯାଇଥିବା ଅଭିଯୋଗ ହୋଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।