You are currently viewing ବୁଲିବାଇ ଆପ୍ ମାମଲା, ଓଡ଼ିଶାରୁ ଜଣେ ଗିରଫ

ବୁଲିବାଇ ଆପ୍ ମାମଲା, ଓଡ଼ିଶାରୁ ଜଣେ ଗିରଫ

ଭୁବନେଶ୍ୱର(ଏଏନଏସ)୨୦/୦୧: ବିବାଦୀୟ ବୁଲିବାଇ ଆପ୍ ମାମଲା। ଓଡ଼ିଶାରୁ ଜଣଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ନୀରଜ ସିଂ ।ନୟାପଲ୍ଲୀ ଅଞ୍ଚଳରୁ ଗିରଫ କଲା ମୁମ୍ବାଇ ସାଇବର ସେଲ୍ । ପୂର୍ବରୁ ଗିରଫ ଏହି ଘଟଣାରେ ବିଶାଲ ଝା, ୧୮ ବର୍ଷୀୟ ସ୍ୱେତା ସିଂ, ମୟଙ୍କ ରଓ୍ଵାଲ ଓ ନିରଜ ବିଷ୍ଣୋଇ ଗିରଫ ହୋଇଥିଲେ ।

ସୂଚନା ଅନୁଯାୟୀ  ଗତ କିଛି ଦିନ ହେଲା ନୀରଜକୁ ଖୋଜୁଥିଲା ମୁମ୍ବାଇ ସାଇବର ସେଲ୍ । ଶେଷରେ ସେ ସାଇବର ସେଲ ହାତରେ  ଧରା ପଡିଲା । ନୀରଜ ଜଣେ ଇଞ୍ଜିନିୟରିଂ ଓ ଏମ୍ବିଏ ଛାତ୍ର ବୋଲି ଜଣାପଡିଛି । ଇଞ୍ଜିନୟରିଂ ଛାତ୍ର ହୋଇଥିବାରୁ ବିବାଦୀୟ ବୁଲିବାଇ ଆପ୍ ତିଆରି କରିବାରେ ନୀରଜର ମୁଖ୍ୟ ଭୂମିକା ଥିଲା ।  ଅଭିଯୋଗ ଅନୁଯାୟୀ ‘ବୁଲିବାଇ’ ଏମିତି ଏକ ଆପ୍ ଯାହାଦ୍ୱାରା ଜଣାଶୁଣା ମୁସଲିମ୍ ମହିଳାଙ୍କ ଫଟୋକୁ ପୋଷ୍ଟ କରାଯାଇ ସେମାନଙ୍କର ନିଲାମୀ କରାଯାଉଥିଲା । ମହିଳାମାନେ ଏନେଇ ଥାନାରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।