You are currently viewing ଭିସୁଟରେ ରାଗିଂ ଘଟଣା,୬ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭିସୁଟରେ ରାଗିଂ ଘଟଣା,୬ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

  • Post category:ଓଡିଶା
  • Reading time:1 mins read

ସମ୍ବଲପୁର(ଏଏନଏସ)୧୪.୦୧.୨୦୨୨, ଭିସୁଟରେ ରାଗିଂ ଘଟଣାରେ ୬ ଜଣ ଶେଷ ବର୍ଷର ଛାତ୍ରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅଭିଯୁକ୍ତ ଛାତ୍ରଙ୍କ ଗ୍ରେଡ୍ ପଏଣ୍ଟ କାଟିବାକୁ ନିଷ୍ପତ୍ତି ହୋଇଛି। ଏହା ସହିତ ପ୍ରତ୍ୟେକ ଛାତ୍ର ୧୫ ହଜାର ଟଙ୍କା ଲେଖାଏଁ ଜରିମାନା ଦେବେ। ଏଇ ମାସ ୩୧ ସୁଦ୍ଧା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଆସନ୍ତା ଜାନୁଆରୀ ୩୧ ତାରିଖ ମଧ୍ୟରେ ୨୦ ଟଙ୍କା ନନ୍ ଜୁଡିସିଆଲ ଷ୍ଟାମ୍ପ ପେପରରେ ଏକ ଅଣ୍ଡରଟେକିଂ ଦେବାକୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ନୋଟିସ ମାଧ୍ୟମରେ ଅବଗତ କରିଛନ୍ତି ଭିସୁଟ୍ ରେଜିଷ୍ଟାର ।
ସୂଚନା ଅନୁସାରେ ଗତ ଡିସେମ୍ବର ୧୭ ତାରିଖରେ ପ୍ରଡକ୍ସନ ଇଞ୍ଚିନିୟରିଂର ଦ୍ବିତୀୟ ବର୍ଷର ଜଣେ ଛାତ୍ରଙ୍କୁ ସିନିୟର ୬ଜଣ ଛାତ୍ର କ୍ୟାମ୍ପସ ବାହାରେ ମଦ ପିଇ ମାଡ ମାରିଥିବା ନେଇ ଅଭିଯୋଗ ହୋଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।