You are currently viewing ବସ ଓ ଟ୍ରକ ମୁହାଁମୁହିଁ ଧକ୍କା;୧୦ ଆହତ,୩ ଗୁରୁତର

ବସ ଓ ଟ୍ରକ ମୁହାଁମୁହିଁ ଧକ୍କା;୧୦ ଆହତ,୩ ଗୁରୁତର

  • Post category:ଓଡିଶା
  • Reading time:1 mins read

ବୌଦ୍ଧ, ଏକ ଯାତ୍ରୀବାହୀ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୧୦ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି  ବୌଦ୍ଧ ଜିଲ୍ଲା ସଦର ଥାନା ଖଜୁରିପଡ଼ା ନିକଟ ୫୭ ନମ୍ବର ଜାତୀୟ ରାଜପଥରରେ । ଗତକାଲି ବିଳମ୍ବିତ ରାତ୍ରିରେ ଏଭଳି ଏକ ଅଘଟଣ ଘଟିଥିବାର ସୂଚନା ରହିଛି ।
ସୂଚନା ଅନୁସାରେ, ବସଟି ‘ତିରୁପତି’ ନାମକ ଏକ ଘରେଇ ବସ । ବସଟି ଯାତ୍ରୀ ନେଇ ଭୁବନେଶ୍ୱରରୁ ଭବାନୀପାଟଣା ଅଭିମୁଖେ ଯାଉଥିଲା । ତେବେ କିଛି କାରଣ ବଶତଃ ବିପରୀତ ପଟରୁ ଆସୁଥିବା ଏକ ଟ୍ରକ୍ ସହ ବସ ମୁହାଁମୁହିଁ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକେ ଯାତ୍ରୀଙ୍କୁ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ତେବେ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।