You are currently viewing ବସ କାର ମୁହାଁ ମୁହିଁ ଧକ୍କା

ବସ କାର ମୁହାଁ ମୁହିଁ ଧକ୍କା

  • Post category:ଓଡିଶା
  • Reading time:1 mins read

କରଞ୍ଜିଆ ୧୯/୦୪, କରଞ୍ଜିଆ ଥାନା ଅନ୍ତର୍ଗତ କଙ୍କଡା ଛକ ନିକଟରେ ବସ ଓ କାର ମୁହାଁ ମୁହିଁ ଧକ୍କା ହୋଇଛି। ୨୨୦ ନଂ ଜାତୀୟ ରାଜପଥ ନିକଟରେ ଦୁର୍ଘଟଣା ଘଟିଛି । ଫଳରେ ଅଳ୍ପକେ ବଞ୍ଚିଲେ ଯାତ୍ରୀ ।

ସୂଚନା ମୁତାବକ ‘ଗୌରୀ’ ନାମକ ଏକ ଘରୋଇ ବସ୍ ଯଶୀପୁର ପଟୁ କରଞ୍ଜିଆ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କାର୍ ସହ ଧକ୍କା ହୋଇଥିଲା । ଫଳରେ କାର୍ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା । ଅଳ୍ପକେ ବର୍ତ୍ତିଯାଇଛନ୍ତି ବସ୍ ଯାତ୍ରୀ ଓ କାର୍ ଚାଳକ । ତେବେ ଦୁର୍ଘଟଣା ପରେ ବସଟି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।