You are currently viewing ମହଙ୍ଗା ମାଡ, ବଢ଼ିଲା ବସ ଭଡା

ମହଙ୍ଗା ମାଡ, ବଢ଼ିଲା ବସ ଭଡା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୩୧/୦୩, ରାଜ୍ୟରେ ପୁଣି ବଢିଲା ବସ୍ ଭଡା । ଦିନକୁ ଦିନ ଡିଜେଲ ଓ ପେଟ୍ରୋଲ ଦର ଅହେତୁକ ବୃଦ୍ଧି ପାଇବାରେ ଲାଗିଛି । ଏହା ଫଳରେ ବସ ମାଲିକ ସଂଘ ବସ ଭଡା ବଢ଼େଇଛନ୍ତି । ସାଧାରଣ ବସ ଭଡା କିଲୋମିଟର ୮୭ ରୁ ୯୦ ପଇସା ବୃଦ୍ଧି ଘଟିଛି । ଏକ୍ସପ୍ରେସ ବସ୍ ଭଡା କିଲୋମିଟର ପିଛା ୯୧ ରୁ ୯୪ ପଇସା ବୃଦ୍ଧିପାଇଛି । ସେହିପରି ଡିଲକ୍ସ ବସ୍ କିମି ପିଛା ୧ ଟଙ୍କା ୨୫ ପଇସାରୁ ୧ ଟଙ୍କା ୩୧ ପଇସାକୁ ବୃଦ୍ଧିପାଇଥିବା ବେଳେ ଏସି ଡିଲକ୍ସ ଭଡା ୧.୫୩ ରୁ ୧.୫୯ ଟଙ୍କା ବୃଦ୍ଧିକରିଛନ୍ତି ବସ୍ ମାଲିକ ସଂଘ । ସୁପର ଡିଲକ୍ସ ଭଡା ୨ଟଙ୍କା ୩୮ରୁ ୨ଟଙ୍କା ୪୭ ପଇସା ହୋଇଛି । ଭଡା ବୃଦ୍ଧି ନେଇ ଅଲ ଓଡିଶା ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି ।
ସୂଚନା ଥାଉକି, ଏହା ପୂର୍ବରୁ ଜୁଲାଇ ୨୦୨୧ ରେ ବସ୍ ଭଡା ବୃଦ୍ଧି ପାଇଥିଲା । କିଲୋମିଟର ପିଛା ୪ ପଇସାରୁ ୧୨ ପଇସା ପର୍ଯ୍ୟନ୍ତ ବୃଦ୍ଧି କରିଥିଲା ସଂଘ । ଦୀର୍ଘ ଦିନ ପରେ ଏବେ ପୁଣିଥରେ ପେଟ୍ରୋଲ ଜିଡେଲ ଦର ବୃଦ୍ଧି ପରେ ବସ ଭଡା ବଢିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।