You are currently viewing ରାଜଧାନୀରେ ହେବ କ୍ୟାନସର ହସ୍ପିଟାଲ

ରାଜଧାନୀରେ ହେବ କ୍ୟାନସର ହସ୍ପିଟାଲ

ଭୁବନେଶ୍ୱର, ରାଜଧାନୀ ଭୁବନେଶ୍ୱରରେ ହେବ କ୍ୟାନସର ହସ୍ପିଟାଲ । କ୍ୟାନସର ହସ୍ପିଟାଲ କରିବାକୁ ନେଇ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ଏହା ସହ ଭୁବନେଶ୍ୱରରେ ମଧ୍ୟ ହେବ ବାଗଚି-କରୁଣାଶ୍ରୟ ପାଲିଆଟିଭ କେୟାର ସେଣ୍ଟର । ଏହି ସେଣ୍ଟର ନିର୍ମାଣ ପାଇଁ ବାଗଚୀ ଦମ୍ପତ୍ତି ୧୩୦ କୋଟି ଟଙ୍କା ଦେବେ । ସେଣ୍ଟର ପ୍ରତିଷ୍ଠା ପାଇଁ ୨୦ ଏକର ଜମି ମାଗଣାରେ ଦେବେ ରାଜ୍ୟ ସରକାର । ଏହି ସେଣ୍ଟରରେ ରୋଗୀଙ୍କୁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ପ୍ରଦାନ କରାଯିବ ।
କ୍ୟାନସର ହସ୍ପିଟାଲ ପାଇଁ ବାଗଚି ଦମ୍ପତ୍ତି ଦେବେ ୨୧୦ କୋଟି ଟଙ୍କା । ହସ୍ପିଟାଲ ପାଇଁ ଇନାଫୋସିଟି -୨ରେ ରାଜ୍ୟ ଦେବ ୨୦ ଏକର ଜମି । ଜାନୁଆରୀ ୨୦୨୪ ସୁଦ୍ଧା ଚିକିତ୍ସା ପ୍ରଦାନ କରାଯିବା ଲକ୍ଷ୍ୟ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।