You are currently viewing ଏସ.ଆର ଆଲକୋଭେବ ପ୍ରାଇଭେଟ ଲିମିଟିଡେ ଉପରେ ସିବିଆଇ ଚଢଉ

ଏସ.ଆର ଆଲକୋଭେବ ପ୍ରାଇଭେଟ ଲିମିଟିଡେ ଉପରେ ସିବିଆଇ ଚଢଉ

ଭୁବନେଶ୍ୱର(ଏଏନଏସ) ୨୫/୧୧: ଠକ କମ୍ପାନୀ ଏସ.ଆର ଆଲକୋଭେବ ପ୍ରାଇଭେଟ ଲିମିଟେଡ଼ କମ୍ପାନୀରେ ସିବିଆଇ ପକ୍ଷରୁ ରେଡ୍ । ବ୍ୟାଙ୍କରୁ ୧୪୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ଚଢଉ କରିଛି ସିବିଆଇ । ଜଗତପୁରରେ ଥିବା କାର୍ଯ୍ୟାଳୟରେ ଚଢଉ ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ଏହି ସଂସ୍ଥା ଦୁଇଟି ବ୍ୟାଙ୍କରୁ ୧୪୦କୋଟି ଟଙ୍କା ଠକି ନେଇଛି । ଏହି ସଂସ୍ଥାର ଏମଡି ରଞ୍ଜନ କୁମାର ପାଢୀ ରହିଥିବା ବେଳେ ତାଙ୍କ ସ୍ତ୍ରୀ ସାଇନା କର ନିର୍ଦ୍ଦେଶକ ଅଛନ୍ତି ।

 ସୂଚନା ଅନୁଯାୟୀ  ବ୍ୟବସାୟ ବଢାଇବା ଆଳରେ କଟକ ବକ୍ସିବଜାର ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ଏବଂ ଖାରବେଳନଗର ଥାନା ଅଞ୍ଚଳରେ ଥିବା ଆହ୍ଲାବାଦ ବ୍ୟାଙ୍କରେ କମ୍ପାନୀ ଲୋନ୍ ପାଇଁ ଆବେଦନ କରିଥିଲା । ନୈନାଦେବୀ ସପ୍ଲାର୍ସ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଚନ୍ଦ୍ରଘଣ୍ଟା ଆଇରନ୍ ଆଣ୍ଡ ଷ୍ଟିଲ ପ୍ରାଇଭେଟ୍ ଲିମିଟେଡ୍ ଗ୍ୟାରେଣ୍ଟର ପକାଇଥିଲା । ବ୍ୟାଙ୍କର କେତେକ କର୍ମଚାରୀଙ୍କୁ ଧରାଧରି କରି କମ୍ପାନୀ ଲୋନ୍ ମଞ୍ଜୁରୀ କରି ନେଇଥିଲେ । ୨୦୧୩ରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୪୦ କୋଟି ଓ  ଆହ୍ଲାବାଦ ବ୍ୟାଙ୍କରୁ ୩୩ କୋଟି ଟଙ୍କା ଋଣ ଆକାରରେ ଉଠାଇଥିଲା । ତେବେ ଲୋନ୍ ଟଙ୍କା ନେବା ପରେ ମାସକୁ ମାସ ଟଙ୍କା ପୈଠ କରିନଥିଲେ ଅଭିଯୁକ୍ତ । ତେବେ ଏହି ଲୋନ୍ ବଢି ଏବେ ୧୪୦ କୋଟିରେ ପହଞ୍ଚିଛି । ଲୋନ୍ ପରିଶୋଧ ନକରିବାରୁ ଶେଷରେ ବ୍ୟାଙ୍କର ମ୍ୟାନେଜର ଏନେଇ ସିବିଆଇରେ ଅଭିଯୋଗ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।