You are currently viewing ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ

ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର-୨୫.୦୬.୨୦୨୧, ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ଅତିରିକ୍ତ ପୋଲିସ ଡିଜି ଯଶବନ୍ତ ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଦାୟିତ୍ବ ମିଳିଛି ।ବରିଷ୍ଠ ଆଇପିଏସ୍ ଡ. ସୁଧାଂଶୁ ଷଡଙ୍ଗୀଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି। IPS ଲଳିତ ଦାସଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଛି। ଆଇପିଏସ ଅରୁଣ ବୋଥ୍ରାଙ୍କୁ ପରିବହନ କମିଶନର ଭାବରେ ନିଯୁକ୍ତ କରାଯାଇଛି । ଆର କେ ଶର୍ମାଙ୍କୁ ଆଇନ ଶୃଙ୍ଖଳା ଏଡିଜି ଦାୟିତ୍ବ ଦିଆଯାଇଛି ।ଏହା ସହ ସଂଜୀବ ପଣ୍ଡା କ୍ରାଇମବ୍ରାଞ୍ଚ ଏଡିଜି ସହ ପୋଲିସ ଗୃହ ନିର୍ମାଣ ଦାୟିତ୍ବ ତୁଲାଇବେ।

ଅନ୍ୟମାନଙ୍କୁ ଜଣାନ୍ତୁ।