You are currently viewing କଂଗ୍ରେସ ଭବନରେ ଚେଲା କୁମାରଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ

କଂଗ୍ରେସ ଭବନରେ ଚେଲା କୁମାରଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୨୬/୦୪, ପ୍ରଦେଶ କଂଗ୍ରେସରେ କ୍ରମାଗତ ଗୋଷ୍ଠୀ କନ୍ଦଳ ଓ ପ୍ରଦେଶ କଂଗ୍ରେସ ସଭାପତି ପଦକୁ ନେଇ ଛକାପଞ୍ଝା ଲାଗି ରହିବା ଯୋଗୁ ଦୀର୍ଘ ବାଇଶି ବର୍ଷ ଧରି ରାଜ୍ୟ ଶାସନରୁ ଓଡିଶା ଜନସାଧାରଣ କଂଗ୍ରେସ ଦଳକୁ ହଟେଇ ଦେଇଛନ୍ତି । ରାଜ୍ୟରେ କଂଗ୍ରେସର ସାଂଘଠନିକ ସ୍ଥିତିକୁ ସୁଦୃଢ କରିବା ପାଇଁ ଆଜି ପୂର୍ବାହ୍ନରେ ରାଜ୍ୟ ପ୍ରଦେଶ କଂଗ୍ରେସ ଭବନରେ ଏକ ବୈଠକ ଆହ୍ୱାନ କରିଥିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲା କୁମାର । ମିଳିଥିବା ସୂଚନା ମୁତାବକ ଏହି ବୈଠକରେ ରାଜ୍ୟ କଂଗ୍ରେସର ନୂତନ ମଙ୍ଗୁଆଳ କିଏ ହେବ ସେ ସମ୍ପର୍କରେ ଆଲୋଚନା କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିିଛି ।

କିନ୍ତୁ ଗଣମାଧ୍ୟମ ସମ୍ମୁଖରେ ଏ ସମ୍ପର୍କରେ କୌଣସି ପାଟି ଖୋଲି ନାହାନ୍ତି କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର । ସେ କହିଛନ୍ତି ଯେ ବୈଠକରେ ପ୍ରଭାରୀଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଥିବା ବୈଠକରେ ପ୍ରଦେଶ କଂଗ୍ରେସ ସଭାପିତ ନିରଞ୍ଜନଙ୍କ ସହ ଅନେକ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ଥିବା ଜଣା ପଡିଛି । ଅନ୍ୟ ଏକ ସୂତ୍ରରୁ ଜଣାପଡିଛି .ଯେ ପ୍ରଭାରୀ ଚେଲା କୁମାର ପୃଥକ ଭାବରେ ନିରଞ୍ଜନ ପଟ୍ଟନୟକ ଓ ନରସିଂହ ମିଶ୍ର ଙ୍କ ସହ ରାଜ୍ୟ କଂଗ୍ରେସ ସଂଗଠନ ବିଷୟର ଆଲୋଚନା କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।