You are currently viewing ଆଜି ଅପରାହ୍ନ ୪ଟା ୩୦ରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍

ଆଜି ଅପରାହ୍ନ ୪ଟା ୩୦ରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍

ଭୁବନେଶ୍ୱର -୧୫.୦୫.୨୦୨୧, ରାଜ୍ୟରେ କରୋନାର ଦ୍ବିତୀୟ ଲହର ଆତଙ୍କ ସୃଷ୍ଟି କରିଛି । ଦୈନିକ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ସଂକ୍ରମଣ ଚେନ ବ୍ରେକ କରିବା ପାଇଁ ରାଜ୍ୟରେ ଗତ ମେ’ ୫ ତାରିଖରୁ ରାଜ୍ୟରେ ଲକଡାଉନ ଜାରି ରହିଛି । ରାଜ୍ୟରେ ବର୍ତ୍ତମାନ ୧୪ ଦିନିଆ ଲକଡାଉନ ଲାଗୁ ରହିଛି । ପରେ ମଧ୍ୟ ରାଜ୍ୟରେ ସଂକ୍ରମଣ ହାର କମୁନାହିଁ। ଏନେଇ ଆଜି ଅପରାହ୍ନ ୪ଟା ୩୦ରେ ପ୍ରେସମିଟ୍ କରିବେ ମୁଖ୍ୟ ଶାସନ ସଚିବ । କରୋନା ସଂକ୍ରମଣ ନେଇ କିଛି ବଡ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ । ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ ସମୟରେ NHM ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଓ ବିଏମସି କମିଶନର ମଧ୍ୟ ଉପସ୍ଥିତ ରହିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।