You are currently viewing ନିରବଚ୍ଛିନ୍ନ ସେବା ଯାଗାଇଦେବାକୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ

ନିରବଚ୍ଛିନ୍ନ ସେବା ଯାଗାଇଦେବାକୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୫/୦୪, ସାରା ରାଜ୍ୟ ତତଲା କରେଇରେ ଭଜା ହେଉଥିବା ବେଳେ ଅନେକ ଯାଗାରେ ଅଘୋଷିତ ବିଦ୍ୟୁତ କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ପାଣିପାଗ ବିଭାଗର ସୂଚନା ମୁତାବକ ରାଜ୍ୟସାରା ଏ ଗରମର ପ୍ରଭାବ ଚଳିତ ମାସ ଶେଷ ଯାଏଁ ଅନୁଭୂତ ହେବ । ଏହି ସମୟରେ ସ୍କୁଲ ଓ କଲେଜ ପିଲାଙ୍କ ପରୀକ୍ଷା ହେବାକୁ ଯାଉଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ ନାହିନଥିବା ଅସୁବିଧା ସୃଷ୍ଟି କରିଛି । ପ୍ରଚଣ୍ଡ ଖରା ଓ ପରୀକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟୁତ ଯୋଗାଣ କମ୍ପାନୀ ମାନଙ୍କ ସହ ଆଜି ଏକ ସମୀକ୍ଷା ବୈଠକ କରିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର । ଏହି ସମୀକ୍ଷା ବୈଠକରେ ଗିଡ୍‌କୋ ଓ ଓପିଟିସିଏଲ ସହ ଶକ୍ତି ବିଭାଗର ଅନେକ ଉଚ୍ଚପଦସ୍ଥ କର୍ମଚାରୀ ଯୋଗଦେଇଥିଲେ । ସମୀକ୍ଷା ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ବିଦ୍ୟୁତ ଯୋଗାଣ କମ୍ପାନି ଗୁଡିକୁ ଅନବରତ ରାଜ୍ୟରେ ବିଦ୍ୟୁତ ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଦେଖିବାକୁ ବାକିରହିଲା ଲଗାମ ଛଡା ହୋଇପଡିଥିବା ବିଦ୍ୟୁତ ବିତରଣ ସଂସ୍ଥା ଗୁଡିକ କେତେଦୂର ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶକୁ ପାଳନ କରୁଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।