You are currently viewing ପୋଖରୀରେ ବୁଡ଼ି ଶିଶୁ ପୁତ୍ର ମୃତ

ପୋଖରୀରେ ବୁଡ଼ି ଶିଶୁ ପୁତ୍ର ମୃତ

  • Post category:ଓଡିଶା
  • Reading time:1 mins read

ଚାନ୍ଦବାଲି(ଏଏନଏସ) ୨୨.୧୧.୨୦୨୧, ପୋଖରୀରେ ବୁଡ଼ି ଶିଶୁ ପୁତ୍ର ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତୁଲିଡହି ପଞ୍ଚାୟତ ଦାସ ସାହିରେ । ଶିଶୁପୁତ୍ରର ବୟସ ଦେଢ଼ ବର୍ଷ ହେବ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ତୁଲିଡହି ପଞ୍ଚାୟତ ଦାସ ସାହିର ଶାନୁ ମଲ୍ଲିକଙ୍କ ପୁଅ ଆୟୂଷ ମଲ୍ଲିକ ଖେଳୁଥିବା ସମୟରେ ପୋଖରୀରେ ପଡିଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ପୋଖରୀରେ ପଡ଼ିଯାଇଥିବା ଦେଖିବାକୁ ପାଇଥିଲେ । ପରେ ଶିଶୁ ପୁତ୍ରକୁ ପୋଖରୀରୁ ଉଦ୍ଧାର କରି ଚାନ୍ଦବାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ  ଡାକ୍ତର ଶିଶୁପୁତ୍ରକୁ ସେଠାରେ ମୃତ ଘୋଷଣା କରିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।