You are currently viewing ଲୋକଙ୍କ ଉପରେ ଗାଡି ଚଢାଇ ଦେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଲୋକଙ୍କ ଉପରେ ଗାଡି ଚଢାଇ ଦେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ବାଲୁଗାଁ (ଏଏନଏସ)୧୨/୦୩, ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଗାଡି ଧକ୍କାରେ ୭ ସାତ ଜଣ ପୋଲିସ କର୍ମଚାରୀଙ୍କ ସମେତ ୨୨ ସାଧାରଣ ଲୋକେ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବିଧାୟକ ହଠାତ୍ ଗାଡ଼ି ନେଇ ଭିଡ଼ ଭିତରକୁ ପଶି ଯାଇଥିଲେ। ବିଧାୟକଙ୍କ ଗାଡ଼ି ଧକ୍କାରେ ସେଠାରେ ମୁତୟନ ଥିବା ୭ ସାତ ଜଣ ପୋଲିସ କର୍ମଚାରୀଙ୍କ ସମେତ ୨୨ ରୁ ଅଧିକ ଆହତ ହୋଇଛନ୍ତି । ଏହାପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଠେଙ୍ଗାରେ ବିଧାୟକଙ୍କୁ ଆକ୍ରମଣ କରିଥିଲେ। ବିଧାୟକଙ୍କୁ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଉତ୍ତ୍ୟକ୍ତ ଲୋକମାନେ ବିଧାୟକଙ୍କ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ତାଙ୍କ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଉତ୍ତେଜନା ପାଇଁ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।