You are currently viewing ସିବିଏସ୍ଇ ସିଲାବସକୁ ଆପଣାଇଲା ସିଏଚ୍ଏସ୍ଇ, ଏଥର ଯୁକ୍ତ ଦୁଇରେ ହେବ ୨ଟି ଇଣ୍ଟରନାଲ

ସିବିଏସ୍ଇ ସିଲାବସକୁ ଆପଣାଇଲା ସିଏଚ୍ଏସ୍ଇ, ଏଥର ଯୁକ୍ତ ଦୁଇରେ ହେବ ୨ଟି ଇଣ୍ଟରନାଲ

ଏଏନ୍ଏସ୍ : ବଦଳିଲା ଯୁକ୍ତ ୨ ବିଜ୍ଞାନର ସିଲାବସ ଆଉ ପରୀକ୍ଷା ପ୍ରଣାଳୀ । କେତେକ ପାଠ୍ୟକ୍ରମ ବଦଳିବା ସହ ସିବିଏସଇ ଢାଞ୍ଚାରେ ସରଳୀକରଣ କରିଛି ଉଚ୍ଚ ମାଧ୍ୟାମିକ ଶିକ୍ଷା ପରିଷଦ । ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ଓ ଗଣିତର କିଛି ଅଧ୍ୟାୟକୁ ବାଦ ଦିଆଯାଇଛି । ଏନେଇ ଉଚ୍ଚ ମାଧ୍ୟାମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୪ ଯୁକ୍ତ ୨ ପରୀକ୍ଷା ନୂଆ ସିଲାବସ ଅନୁସାରେ ହେବ ।

ସେହିପରି ତିନୋଟି ତ୍ରୟୋମାସିକ ପରୀକ୍ଷା ପରିବର୍ତ୍ତେ ଦୁଇଟି ଇଣ୍ଟରନାଲ ପରୀକ୍ଷା ହେବ । ତେବେ କଳା ଓ ବାଣିଜ୍ୟ ବିଭାଗରେ ସିଲାବସ ପରିବର୍ତ୍ତନ ହୋଇନାହିଁ । ସେମାନେ ପୂର୍ବ ପାଠ୍ୟକ୍ରମ ଅନୁସାରେ ପରୀକ୍ଷା ଦେବେ । ତେବେ ଗଣିତ ବିଷୟ ନେଇଥିବା ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପାଠ୍ୟକ୍ରମ ଅନୁସାରେ ଆଜିଠାରୁ ପାଠ ପଢା ଆରମ୍ଭ ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।