You are currently viewing କୋଟିପତି କିରାଣି ଗିରଫ

କୋଟିପତି କିରାଣି ଗିରଫ

ଭୁବନେଶ୍ବର, ଭୁବନେଶ୍ବର CCF କାର୍ଯ୍ୟାଳୟର କୋଟିପତି କିରାଣି ଗିରଫ । ବରିଷ୍ଠ କିରାଣି ଦିଲୀପ ଜେନାଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଦିଲୀପ ଜେନାଙ୍କ ଘର ସମେତ ୪ ଟି ସ୍ଥାନରେ ଚଢ଼ଉ ହୋଇଥିଲା । ଚଢ଼ାଉ ସମୟରେ ଦିଲୀପ କୁମାର ଜେନାଙ୍କର ୩ କୋଟିରୁ ଅଧିକ ସମ୍ପତ୍ତି ଠାବ କରାଯାଇଥିଲା ।ଖଣ୍ଡଗିରି ଜାଗମରାରେ ୧ କୋଟି ୮ ଲକ୍ଷର ୪ ମହଲା କୋଠା ଠାବ ହୋଇଛି । ସେହିଭଳି ଗାଡ଼ି, ଟଙ୍କା ଏବଂ ଅଳଙ୍କାର ମିଶାଇ ୨ କୋଟିରୁ ଅଧିକ ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ ।

ଅନ୍ୟମାନଙ୍କୁ ଜଣାନ୍ତୁ।