You are currently viewing ମାଲକାନଗିରିରେ ମୁଖ୍ୟମନ୍ତ୍ରୀ

ମାଲକାନଗିରିରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-୨୦.୦୮.୨୦୨୧, ଆଜି ମାଲକାନଗିରି ଗସ୍ତରେ ଅଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମାଲକାନଗିରିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ମାଲକାନଗିରିରେ ଜିଲ୍ଲା ସଂସ୍କୃତି ଭବନଠାରେ ସ୍ମାର୍ଟ ହେଲ୍‌ଥ କାର୍ଡ ର ଶୁଭାରମ୍ଭ କରିବେ ଏବଂ ମୁଖ୍ୟମନ୍ତ୍ରୀ କେତେକ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟିବେ । ଜିଲ୍ଲାର ୧ ଲକ୍ଷ ୫୫ ହଜାର ୮୨୩ ଜଣଙ୍କୁ ବଣ୍ଟାଯିବ BSKY ସ୍ମାର୍ଟ କାର୍ଡ ।ଅଗଷ୍ଟ ୨୧ରୁ ୨୫ ମଧ୍ୟରେ ସମସ୍ତ ସ୍ମାର୍ଟ କାର୍ଡ ବଣ୍ଟନ ଲକ୍ଷ୍ୟ ରଖାଯାଇଛି । ଜିଲ୍ଲାରେ ୩୮୧ଟି ସ୍ବାସ୍ଥ୍ୟ କାର୍ଡ ବିତରଣ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯିବା ସହ ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।