You are currently viewing ଉପନିର୍ବାଚନ ପାଇଁ ୨୨ରୁ କଂଗ୍ରେସ ଆରମ୍ଭ କରିବ ପ୍ରଚାର

ଉପନିର୍ବାଚନ ପାଇଁ ୨୨ରୁ କଂଗ୍ରେସ ଆରମ୍ଭ କରିବ ପ୍ରଚାର

ଭୁବନେଶ୍ବର, ଆସନ୍ତା ୨୨ରୁ ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ କଂଗ୍ରେସ ତା’ର ପ୍ରଚାର ଆରମ୍ଭ କରିବ । ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲାକୁମାର ପ୍ରଚାର ଅଭିଯାନରେ ଯୋଗ ଦେବେ। ଶ୍ରୀ ଚେଲ୍ଲାକୁମାର ୪ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି । ଏ ନେଇ ଘୋଷଣା କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ । ଶ୍ରୀ ଚେଲ୍ଲାକୁମାର ୨୨ରେ ସେ ବାଲେଶ୍ବର ଓ ୨୩ରେ ତିର୍ତ୍ତୋଲ ନିର୍ବାଚନ ପ୍ରଚାରରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।