You are currently viewing କଟକଣା ମୁକ୍ତ ହେଲା ଭିସୁଟ

କଟକଣା ମୁକ୍ତ ହେଲା ଭିସୁଟ

  • Post category:ଓଡିଶା
  • Reading time:1 mins read

ସମ୍ବଲପୁର, କିଛି ଦିନ ତଳେ ବୁର୍ଲା ଭିସୁଟରେ ୨୫ ଜଣ ଛାତ୍ରଛାତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ଏନେଇ ସେଠାରେ ସମସ୍ତ ପରୀକ୍ଷା ଓ କ୍ଲାସ ଗୁଡିକୁ ବାତିଲ କରାଯାଇଥିଲା । କିନ୍ତୁ ପରେ ଜଣାପଡିଥିଲା ଯେ, କିଟ୍ ଖରାପ ଯୋଗୁଁ କରୋନା ରିପୋର୍ଟ ପଗିଟିଭ ଆସିଥିଲା । ତେବେ ଏନେଇ ବୁର୍ଲା ଭିସୁଟରେ ଲାଗିଥିବା କଣ୍ଟେମେଣ୍ଟ କଟକଣା ପ୍ରତ୍ୟାହାର କରାଯାଇଛି । ଛାତ୍ରଙ୍କ କରୋନା ରିପୋର୍ଟ ଭୁଲ ଥିବା ଜଣାପଡିବା ପରେ ଏହି କଟକଣା ଉଠାଇଛି ପ୍ରଶାସନ। କଣ୍ଟେନମେଣ୍ଟ ହଟିବା ସତ୍ୱେ ୭ ଦିନ ଯାଏଁ ଆକ୍ଟିଭ ସର୍ଭେଲାନ୍ସ ଜାରି ରହିବ । ଏହା ସହ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ୭ ଦିନ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବେ ବୋଲି କୁଳପତି କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।