You are currently viewing ରାଜ୍ୟର ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା…

ରାଜ୍ୟର ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା…

କଟକ, ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ଦେଖି, ସମସ୍ତ ନିୟମକୁ କିଛି ମାତ୍ରାରେ କୋହଳ କରାଯାଇଥିଲା । କଣ୍ଟେନମେଣ୍ଟ କଟକଣାକୁ ବନ୍ଦ କରିଦିଆ ଯାଇଥିଲା । କିନ୍ତୁ ଏବେ ପୁଣିଥରେ ରାଜ୍ୟକୁ ଫେରିଚି କଣ୍ଟେନମେଣ୍ଟ । କଟକ ଜିଲ୍ଲା ପାଟସୁନ୍ଦରପୁରର ନୂଆସାହି ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । କାରଣ ସେହି ଗାଁର ଜଣେ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଛି ଏବଂ ଆଉ ୧୩ଜଣ ପଜେଟିଭ୍‌ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ତେଣୁ କରୋନା ସଂକ୍ରମଣ ଚେନ୍‌କୁ ଭାଙ୍ଗିବାକୁ ଯାଇ ଉପଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଆଜିଠାରୁ ଆସନ୍ତା ଜାନୁଆରୀ ୪ତାରିଖ ପର୍ଯ୍ୟନ୍ତ ଏହି ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।