You are currently viewing ଆଜି ରାଜ୍ୟରେ ୧,୭୦୩ କରୋନା ପଜିଟିଭ ଚିହ୍ନଟ, ୧୯୬୯ ସୁସ୍ଥ

ଆଜି ରାଜ୍ୟରେ ୧,୭୦୩ କରୋନା ପଜିଟିଭ ଚିହ୍ନଟ, ୧୯୬୯ ସୁସ୍ଥ

ଭୁବନେଶ୍ୱର-୨୮.୦୭.୨୦୨୧, ଆଜି ରାଜ୍ୟରୁ ୧ ହଜାର ୭୦୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୯୮୮ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୭୧୫ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୯ ଲକ୍ଷ ୭୨ ହଜାର ୫୧୭ , ସୁସ୍ଥ ସଂଖ୍ୟା- ୯ ଲକ୍ଷ ୪୯ ହଜାର ୩୫୦ , ସମୁଦାୟ ସକ୍ରିୟ ସଂଖ୍ୟା ୧୭,୪୧୧, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୨୨୦୪ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୬ ଆକ୍ରାନ୍ତ ଚିହ୍ନଟ ।

ଅନ୍ୟମାନଙ୍କୁ ଜଣାନ୍ତୁ।