You are currently viewing ଆଜି ରାଜ୍ୟରୁ ୬୯୫ କରୋନା ପଜିଟିଭ ଚିହ୍ନଟ

ଆଜି ରାଜ୍ୟରୁ ୬୯୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର-୧୮.୦୯.୨୦୨୧ , ଆଜି ରାଜ୍ୟରୁ ୬୯୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୦-୧୮ ବର୍ଷ ମଧ୍ୟରେ ୮୩ ଜଣ କୋରୋନାରେ ଆକ୍ରାନ୍ତ ଚିହ୍ନଟ । ସଙ୍ଗରୋଧ କେନ୍ଦ୍ରରୁ ୪୦୧ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୨୯୪ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୧୦ ଲକ୍ଷ ୧୯ ହଜାର ୬୨୧, ସୁସ୍ଥ ସଂଖ୍ୟା- ୧୦ ଲକ୍ଷ ୫ ହଜାର ୫୬୪ , ସମୁଦାୟ ସକ୍ରିୟ ସଂଖ୍ୟା ୫ ହଜାର ୮୭୬, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୭୧୯। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୩ ଆକ୍ରାନ୍ତ ଚିହ୍ନଟ ।

ଅନ୍ୟମାନଙ୍କୁ ଜଣାନ୍ତୁ।