You are currently viewing ଆଜି ରାଜ୍ୟରୁ ୫୨୯ କରୋନା ପଜିଟିଭ ଚିହ୍ନଟ, ୬ ମୃତ

ଆଜି ରାଜ୍ୟରୁ ୫୨୯ କରୋନା ପଜିଟିଭ ଚିହ୍ନଟ, ୬ ମୃତ

ଭୁବନେଶ୍ୱର-୧୨.୧୦.୨୦୨୧ , ଆଜି ରାଜ୍ୟରୁ ୫୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୦ରୁ ୧୮ ବର୍ଷ ମଧ୍ୟରେ ୬୨ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ । ସଂକ୍ରମିତଙ୍କ ମଧ୍ୟରୁ ୩୦୮ ଜଣ କ୍ୱାରେଣ୍ଟାଇନରେ ହୋଇଥିବା ବେଳେ ୨୨୧ ଜଣ ଲୋକାଲ କେସ୍ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୧୦ ଲକ୍ଷ ୩୨ ହଜାର ୬୭୩, ସୁସ୍ଥ ସଂଖ୍ୟା- ୧୦ ଲକ୍ଷ ୧୮ ହଜାର ୨୧୮ , ସମୁଦାୟ ସକ୍ରିୟ ସଂଖ୍ୟା ୫୧୪୧ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୪ ଜଣ ଆକ୍ରାନ୍ତ ଚିହ୍ନଟ ।
ସେହିପରି ଗତ ୨୪ ଘଣ୍ଟାରେ ଆଉ ୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨ ଜଣ, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର ଓ ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨୬୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।