You are currently viewing ଆଜି ରାଜ୍ୟରୁ ୧୧,୭୩୨ କରୋନା ପଜିଟିଭ ଚିହ୍ନଟ

ଆଜି ରାଜ୍ୟରୁ ୧୧,୭୩୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର -୧୬ .୦୫.୨୦୨୧, ରାଜ୍ୟରେ କମୁନି ସଂକ୍ରମଣ । ଆଜି ରାଜ୍ୟରୁ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୬,୫୬୯ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୫,୧୬୩ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୬ ଲକ୍ଷ ୧୨ ହଜାର ୨୨୪, ସୁସ୍ଥ ସଂଖ୍ୟା ୫ ଲକ୍ଷ ୨ ହଜାର ୪୫୫, ସମୁଦାୟ ସକ୍ରିୟ ସଂଖ୍ୟା ୧ ଲକ୍ଷ ୭ ହଜାର ୪୦୩, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୧୦୭୮୧ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୧୦ ଆକ୍ରାନ୍ତ ଚିହ୍ନଟ

ଅନ୍ୟମାନଙ୍କୁ ଜଣାନ୍ତୁ।