You are currently viewing ଆଜି ରାଜ୍ୟରେ ୮୮୪୫ କରୋନା ପଜିଟିଭ ଚିହ୍ନଟ, ୭ ମୃତ 

ଆଜି ରାଜ୍ୟରେ ୮୮୪୫ କରୋନା ପଜିଟିଭ ଚିହ୍ନଟ, ୭ ମୃତ 

ଭୁବନେଶ୍ୱର(ଏଏନଏସ)୨୨.୦୧.୨୦୨୨,   ଆଜି ରାଜ୍ୟରୁ ୮,୮୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୦ରୁ ୧୮ ବର୍ଷ ମଧ୍ୟରେ ୯୨୭ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ । ସଂକ୍ରମିତଙ୍କ ମଧ୍ୟରୁ ୫୧୨୮ ଜଣ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ୩୭୧୭ ଜଣ ଲୋକାଲ କେସ୍ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୧୧ ଲକ୍ଷ ୯୬ ହଜାର ୧୪୦, ସୁସ୍ଥ ସଂଖ୍ୟା- ୧୦ ଲକ୍ଷ ୯୯ ହଜାର ୪୨୩, ସମୁଦାୟ ସକ୍ରିୟ ସଂଖ୍ୟା ୮୮ ହଜାର ୧୫୦  । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଆଜି ରାଜ୍ୟରେ ୭ ଜଣଙ୍କ ଜୀବନ ନେଲା କରୋନା । ଅନୁଗୁଳରୁ ୨ ଜଣ, ଭଦ୍ରକ, କଟକ, ଯାଜପୁର, ମୟୁରଭଞ୍ଜ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।