You are currently viewing ଆଜି ରାଜ୍ୟରେ ୪୮୪୩ କରୋନା ପଜିଟିଭ ଚିହ୍ନଟ, ୧୯ ମୃତ

ଆଜି ରାଜ୍ୟରେ ୪୮୪୩ କରୋନା ପଜିଟିଭ ଚିହ୍ନଟ, ୧୯ ମୃତ

ଭୁବନେଶ୍ୱର(ଏଏନଏସ)୩୦.୦୧.୨୦୨୨, ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ ।   ଆଜି ରାଜ୍ୟରୁ ୪୮୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୦ରୁ ୧୮ ବର୍ଷ ମଧ୍ୟରେ ୬୬୩ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ । ସଂକ୍ରମିତଙ୍କ ମଧ୍ୟରୁ ୨୮୧୫ ଜଣ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ୨୦୨୮ ଜଣ ଲୋକାଲ କେସ୍ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୧୨ ଲକ୍ଷ ୪୫ ହଜାର ୯୧୧, ସୁସ୍ଥ ସଂଖ୍ୟା- ୧୧ ଲକ୍ଷ ୮୪ ହଜାର ୧୭୪, ସମୁଦାୟ ସକ୍ରିୟ ସଂଖ୍ୟା ୫୩ ହଜାର ୯୦  । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଆଜି ରାଜ୍ୟରେ ୧୯ ଜଣଙ୍କ ଜୀବନ ନେଲା କରୋନା । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୫, ଗଞ୍ଜାମରୁ ୩, ଅନୁଗୁଳ, ନବରଙ୍ଗପୁରରୁ ୨ ଜଣ ଲେଖାଏଁ, ଭଦ୍ରକ କଟକ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ ପୁରୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୯୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।