You are currently viewing ଆଜି ରାଜ୍ୟରେ ୩୩୨୯ କରୋନା ପଜିଟିଭ ଚିହ୍ନଟ, ୧୮ ମୃତ

ଆଜି ରାଜ୍ୟରେ ୩୩୨୯ କରୋନା ପଜିଟିଭ ଚିହ୍ନଟ, ୧୮ ମୃତ

ଭୁବନେଶ୍ୱର(ଏଏନଏସ)୩୧.୦୧.୨୦୨୨, ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ ।   ଆଜି ରାଜ୍ୟରୁ ୩୩୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୦ରୁ ୧୮ ବର୍ଷ ମଧ୍ୟରେ ୫୦୪ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ । ସଂକ୍ରମିତଙ୍କ ମଧ୍ୟରୁ ୧୯୩୪ ଜଣ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ୧୩୯୫ ଜଣ ଲୋକାଲ କେସ୍ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୧୨ ଲକ୍ଷ ୪୯ ହଜାର ୨୪୦, ସୁସ୍ଥ ସଂଖ୍ୟା- ୧୧ ଲକ୍ଷ ୯୩ ହଜାର ୩୬୫, ସମୁଦାୟ ସକ୍ରିୟ ସଂଖ୍ୟା ୪୭ ହଜାର ୨୧୦  । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଆଜି ରାଜ୍ୟରେ ୧୮ ଜଣଙ୍କ ଜୀବନ ନେଲା କରୋନା । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ, ଗଞ୍ଜାମ ଓ ଯାଜପୁରରୁ ୩ ଜଣ ଲେଖାଏଁ ଓ ଜଗତସିଂହପୁରରୁ ୨ ଜଣ, ଭଦ୍ରକ, କଟକ, ଢ଼େଙ୍କାନାଳ, କେନ୍ଦୁଝର, ନୟାଗଡ଼ ଓ ପୁରୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୬୧୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।