You are currently viewing ଆଜି ରାଜ୍ୟରୁ ୭,୨୧୬  କରୋନା ପଜିଟିଭ ଚିହ୍ନଟ

ଆଜି ରାଜ୍ୟରୁ ୭,୨୧୬ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର -୨୮.୦୫.୨୦୨୧, ଆଜି ରାଜ୍ୟରୁ ୭ ହଜାର ୨୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୪,୦୪୧ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୩,୧୭୫ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୭ ଲକ୍ଷ ୩୯ ହଜାର ୯୫୫ , ସୁସ୍ଥ ସଂଖ୍ୟା ୬ ଲକ୍ଷ ୩୫ ହଜାର ୧୭୯, ସମୁଦାୟ ସକ୍ରିୟ ସଂଖ୍ୟା ୧ ଲକ୍ଷ ୨ ହଜାର ୭୨, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୧୧୫୫୧ । ଆଜି କଟକ ଜିଲ୍ଲାରୁ ସର୍ବାଧିକ ୧୦୯୧ ଆକ୍ରାନ୍ତ ଚିହ୍ନଟ ।

ଅନ୍ୟମାନଙ୍କୁ ଜଣାନ୍ତୁ।