You are currently viewing ଆଜି ରାଜ୍ୟରୁ ୭,୩୯୫ କରୋନା ପଜିଟିଭ ଚିହ୍ନଟ, ୧୧୩୪୭ ସୁସ୍ଥ

ଆଜି ରାଜ୍ୟରୁ ୭,୩୯୫ କରୋନା ପଜିଟିଭ ଚିହ୍ନଟ, ୧୧୩୪୭ ସୁସ୍ଥ

ଭୁବନେଶ୍ୱର -୦୫.୦୬.୨୦୨୧, ଆଜି ରାଜ୍ୟରୁ ୭ ହଜାର ୩୯୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୪,୧୬୯ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୩,୨୨୬ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୮ ଲକ୍ଷ ୬ ହଜାର ୯୪, ସୁସ୍ଥ ସଂଖ୍ୟା- ୭ ଲକ୍ଷ ୨୪ ହଜାର ୪୦୨, ସମୁଦାୟ ସକ୍ରିୟ ସଂଖ୍ୟା ୭୮ ହଜାର ୬୮୭, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୧୧୩୪୭। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୦୬୨ ଆକ୍ରାନ୍ତ ଚିହ୍ନଟ ।

ଅନ୍ୟମାନଙ୍କୁ ଜଣାନ୍ତୁ।