You are currently viewing ରାଜ୍ୟରେ ୬୬ ଜୀବନ ନେଲା କରୋନା

ରାଜ୍ୟରେ ୬୬ ଜୀବନ ନେଲା କରୋନା

ଭୁବନେଶ୍ୱର-୧୫.୦୭.୨୦୨୧, ରାଜ୍ୟରେ କମୁନି କରୋନା ମୃତ୍ୟୁ ସଂଖ୍ୟା । ଆଜି ରାଜ୍ୟରେ କରୋନାରେ ୬୬ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୧ ଜଣ, ବରଗଡ଼ରୁ ଓ ସୁନ୍ଦରଗଡ଼ରୁ ୧୦ ଜଣ ଲେଖାଏଁ, ବାଲେଶ୍ୱରରୁ ୮ ଜଣ, ସମ୍ବଲପୁରରୁ ୭, ଭଦ୍ରକ ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ, ବଲାଙ୍ଗିର, କଟକ, ଗଞ୍ଜାମ, ଜଗତସିଂହପୁର, କଳାହାଣ୍ଡି ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ହଜାର ୮୬୧କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟରୁ ୨ ହଜାର ୧୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।