You are currently viewing ଆଜି ରାଜ୍ୟରୁ ୪୫ ମୁଣ୍ଡ ନେଲା କରୋନା

ଆଜି ରାଜ୍ୟରୁ ୪୫ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର-୧୩.୦୬.୨୦୨୧, ରାଜ୍ୟରେ ଆଜି କରୋନାରେ ୪୫ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬ ଜଣ, କଟକରେ ୪ ଜଣ, ଅନୁଗୁଳ, ଭଦ୍ରକ, ଢେଙ୍କାନାଳରେ,ଜଗତସିଂହପୁର, ପୁରୀ ଓ ସୁନ୍ଦରଗଡ଼ରେ ୩ ଜଣ ଲେଖାଏଁ , ବାଲେଶ୍ବର, ବରଗଡ଼, ଯାଜପୁର, କେନ୍ଦ୍ରାପଡ଼ାରେ , କେନ୍ଦୁଝର ଓ ମୟୂରଭଞ୍ଜରେ ୨ ଜଣ ଲେଖାଏଁ, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, ନୟାଗଡ଼ ଓ ନୂଆପଡ଼ାରେ ଜଣେ ଲେଖାଏଁ ରୋଗୀ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ହଜାର ୩୦୨କୁ ବୃଦ୍ଧି ପାଇଛି ।ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟରୁ ୪ ହଜାର ୮୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।