You are currently viewing ବାତ୍ୟା ଆଶ୍ରୟସ୍ଥଳରୁ ଫେରିଥିବା ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ

ବାତ୍ୟା ଆଶ୍ରୟସ୍ଥଳରୁ ଫେରିଥିବା ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର -୨୭.୦୫.୨୦୨୧, କରୋନା ମହାମାରୀ ଭଳି ମାରାତ୍ମକ ରୋଗକୁ ରାଜ୍ୟ ସାମ୍ନା କରୁଥିବାବେଳେ ଆଉ ଏକ ବିପଦ ବାତ୍ୟାର ସମ୍ମୁଖୀନ ହୋଇଛି ରାଜ୍ୟ । ସାମୁଦ୍ରିକ ବାତ୍ୟା ‘ୟାସ୍‌’ ପାଇଁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଲୋକମାନେ ସମସ୍ତେ ପରସ୍ପରର ସଂସ୍ପର୍ଶରେ ଆସିଥିବେ । ଏଥିପାଇଁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହୋଇଥିବା ଲୋକମାନଙ୍କ ଉପରେ ନଜର ରଖିବାକୁ ୧୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ବାସ୍ଥ୍ୟ ବିଭାଗର ଚିଠି । ଚିଠିରେ ଉଲ୍ଲେଖ ରହିଛି ଯେ, ବାତ୍ୟା ଆଶ୍ରୟସ୍ଥଳରୁ ଫେରିଥିବା ଲୋକଙ୍କ ଘରଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚ କରାଯିବ । ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଲୋକଙ୍କର ମଧ୍ୟ ସ୍ବାସ୍ଥ୍ୟ ଯାଞ୍ଚ ହେବ ।
୧୨ ଜିଲ୍ଲାଗୁଡିକ ହେଲା-ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର,ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କଟକ, ଢେଙ୍କାନାଳ, ଅନୁଗୁଳ ଓ ଖୋର୍ଦ୍ଧା ।

ଅନ୍ୟମାନଙ୍କୁ ଜଣାନ୍ତୁ।