You are currently viewing କରୋନା ନେଲା ୬୬ ମୁଣ୍ଡ

କରୋନା ନେଲା ୬୬ ମୁଣ୍ଡ


ଭୁବନେଶ୍ୱର,୧୪/୦୮:ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୬୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୩୨ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୮୨୩କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ୧୫ ଜଣ,ନୟାଗଡରୁ ୧୨ ଜଣ,କେନ୍ଦ୍ରପଡାରୁ ୯ ଜଣ, ଅନୁଗୁଳରୁ ୫ ଜଣ ,ନବରଙ୍ଗପୁରରୁ ୪ ଜଣ । ଯାଜପୁର,ଖୋର୍ଦ୍ଧା,ସମ୍ବଲପୁରରୁ ୩ ଜଣ,ବାଲେଶ୍ୱର ବରଗଡ,ବଲାଙ୍ଗୀର, ଜଗତସିଂହପୁର ଓ ପୁରୀରୁ ୨ ଜଣ ଲେଖାଏଁ ରହିଛନ୍ତି । କୋରାପୁଟ,ମୟୁରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ସକ୍ରିୟ ମାମଲା ୧୦୬୩୨ଟି ରହିଥିବା ବେଳେ ୯୭୫୯୯୯ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।