You are currently viewing ରାଜ୍ୟରେ କରୋନା ନେଲା ୬୭ ଜଣଙ୍କ ଜୀବନ

ରାଜ୍ୟରେ କରୋନା ନେଲା ୬୭ ଜଣଙ୍କ ଜୀବନ

  • Post category:ଓଡିଶା
  • Reading time:1 mins read


ଭୁବନେଶ୍ୱର,୩୦/୦୮:ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୬୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦୯ ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୯୦୧କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ୨୦ ଜଣ, ଅନୁଗୁଳ ଓ ଜଗତସିଂହପୁରରୁ ୯, ଖୋର୍ଦ୍ଧାରୁ ୬ , ଯାଜପୁରରୁ ୪, କେନ୍ଦ୍ରାପଡା,କେନ୍ଦୁଝର,ମୟୁରଭଞ୍ଜ ଜିଲ୍ଲାରୁ ୩ , ବାଲେଶ୍ୱର,ଭଦ୍ରକ,ଢେଙ୍କାନାଳ,ପୁରୀରୁ ୨ ଜଣ ଲେଖାଏଁ । ସେହିପରି କଳାହାଣ୍ଡି,ସୋନୁପୁରରୁ ଜଣେ ଲେଖାଏଁ ରହିଛନ୍ତି । ସକ୍ରିୟ ମାମଲା ୭୫୨୮ଟି ରହିଥିବା ବେଳେ ୯୯୧୬୩୦ ଜଣ ସୁସ୍ଥ ହୋଇଛନ୍ତି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୦୭୧୧୨ଜଣ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ସୂଚନା ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।