You are currently viewing କରୋନା ନେଲା ୬୯ ଜଣଙ୍କ ଜୀବନ

କରୋନା ନେଲା ୬୯ ଜଣଙ୍କ ଜୀବନ


ଭୁବନେଶ୍ୱର,୦୩/୦୮: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୬୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୨୯ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୩,କଟକରୁ ୯, ପୁରୀରୁ ୭,କେନ୍ଦ୍ରାପଡାରୁ ୬, ବାଲେଶ୍ୱର,ଭଦ୍ରକ,ଜଗତସିଂହପୁର,ମୟୁରଭଞ୍ଜରୁ ୩ ,ଅନୁଗୋଳ,ଢେଙ୍କାନାଳ,ଗଞ୍ଜାମ,ଯାଜପୁର, କଳାହାଣ୍ଡିରୁ ୨ ଜଣ ସେହିପରି ବଲାଙ୍ଗୀର,ନୟାଗଡରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।