You are currently viewing ବଢିଲା କରୋନା ଗ୍ରାଫ; ପୁଣି ଦିନକରେ ବାର ହଜାର ପାର କଲା ଦୈନିକ ସଂକ୍ରମଣ

ବଢିଲା କରୋନା ଗ୍ରାଫ; ପୁଣି ଦିନକରେ ବାର ହଜାର ପାର କଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର -୧୪.୦୫.୨୦୨୧,ପୁଣି ବଢିଲା ସଂକ୍ରମଣ । ଦେଶରେ ଦିନକରେ ବାର ହଜାର ପାର କଲା ଦୈନିକ ସଂକ୍ରମଣ । ଆଜି ରାଜ୍ୟରୁ ୧୨ ହଜାର ୩୯୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୬୯୩୮ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୫୪୫୨ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୫୮୮୬୮୭, ସୁସ୍ଥ ସଂଖ୍ୟା ୪୮୨୩୪୫, ସମୁଦାୟ ସକ୍ରିୟ ସଂଖ୍ୟା ୧୦୪୦୧୬, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୮୫୪୭ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୦୧ ଆକ୍ରାନ୍ତ ଚିହ୍ନଟ ।

ଅନ୍ୟମାନଙ୍କୁ ଜଣାନ୍ତୁ।