You are currently viewing କରୋନା ନେଲା ୬୯ ଜୀବନ

କରୋନା ନେଲା ୬୯ ଜୀବନ


ଭୁବନେଶ୍ୱର,୨୮/୭: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୬୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭୦୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ସୁନ୍ଦରଗଡରୁ ୧୪ ଜଣ ,ଖୋର୍ଦ୍ଧାରୁ ୮ ଜଣ, ଅନୁଗୁଳ ଓ କଟକରୁ ୬ ଜଣ, କେନ୍ଦୁଝର ଓ ପୁରୀରୁ ୫ ଜଣ ,ବୌଦ୍ଧ ଓ ସମ୍ବଲପୁରରୁ ୪ ଜଣ,ଲେଖାଏଁ ରହିଥିବା ବେଳେ ଭଦ୍ରକରୁ ୨ ଜଣ, ଯାଜପୁର,ଝାରସୁଗୁଡା,କନ୍ଧମାଳ,କୋରାପୁଟ,ନବରଙ୍ଗପୁର ଓ ନୟାଗଡରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫୭୦୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।